ତିତଲି ମୁକାବିଲାରେ ସରକାର ବିଫଳ. ବାତ୍ୟା ଓ ତତଜନିତ ବିତ୍ପତ୍ତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିରେ ବିଫଳତା ପାଇଁ ରାଜ୍ୟରେ 62 ଜଣ ପ୍ରାଣ ହରାଇଲେ ବୋଲି କଂଗ୍ରେସ କହିଛି. ଏଆଇସିସି ସଂପାଦକ ଜିତେନ୍ଦ୍ର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର କେବଳ ପ୍ରଚାରରେ ମାତିଲେ, ଯେଉଁଥିପାଇଁ ପୂର୍ବ ପ୍ରସ୍ତୁତିରେ ଧ୍ୟାନ ଦେଲେନାହିଁ. ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଏସଆରସି ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି. ସେହିପରି କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରିବାକୁି ସେ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here