ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରୀ କରିଛନ୍ତି ସୁପ୍ରିମକୋର୍ଟ. ବାଣ ବିକ୍ରି କରିବା ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ କିଛି ନିୟମ ପ୍ରସ୍ତୁତ କରିଛନ୍ତି. ଏହି ନିୟମ ଅନୁଯାୟୀ କେବଳ କମ୍ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣ ଫୁଟାଇବାକୁ କୋର୍ଟ ଅନୁମତି ଦେଇଛନ୍ତି. ସେହିପରି ରାତି 8ଟାରୁ 10 ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି. ଦୀପାବଳି ବ୍ୟତିତ ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି. ବିନା ଲାଇସେନ୍ସରେ ବାଣ ବିକ୍ରି କରିବା ଓ ଅନଲାଇନ ବାଣ ବିକ୍ରିକୁ ନିଷେଧ ଘୋଷଣା କରାଯାଇଛି. ନିୟମର ଉଲ୍ଲଂଘନ ହେଲେ ନିକଟସ୍ଥ ପୋଲିସ ଥାନାକୁ ଦାୟୀ କରାଯିବ.

LEAVE A REPLY

Please enter your comment!
Please enter your name here