ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ପ୍ରଥମ ରାଜନୈତିକ ଭାଷଣ ଦେଇଛନ୍ତି. ବିଜେପି ପାର୍ଟି ଅଫିସରେ ଦଳର ତୁଙ୍ଗନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନାର ଉତ୍ତରରେ ଅପରାଜିତା ତାଙ୍କ ସ୍ବପ୍ନ ଓ ସଂକଳ୍ପ କଥା ବଖାଣିଛନ୍ତି. ବିଜେପିର ଆଦର୍ଶରେ ସେ ଅନୁପ୍ରାଣୀତ ଏବଂ ରାଜ୍ୟର ବିକାଶ କେବଳ ବିଜେପି ଦ୍ବାରା ସମ୍ଭବ ବୋଲି ସେ କହିଛନ୍ତି. ଆଇଏଏସ ଚାକିରୀରେ ଥିବା ବେଳେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରିଛନ୍ତି ଏବଂ ଲୋକଙ୍କ ଅସୀମ ଭଲ ପାଇବା ଏବେ ତାଙ୍କୁ ରାଜନୀତି କରିବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here