ଏଣିକି ଏମବିବିଏସ୍ ପରେ ପିଜି କୋର୍ସ କଲେ ଛାତ୍ରଛାତ୍ରୀମାନେ ରାଜ୍ୟରେ ରହିବାକୁ ବାଧ୍ୟ । ରାଜ୍ୟ ସରକାର ବଦଳାଇଲେ ମେଡିକାଲ ବଣ୍ଡ ପଲିସି ନିୟମ । ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ କରି ପିଜି କଲେ ରହିବେ । ପିଜି କିମ୍ବା ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ । ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ । ଯଦି ରାଜ୍ୟ ସରକାରଙ୍କ ଅଧିନରେ କାମ ନକରନ୍ତି ଗଣିବେ ପାଉଣା । ପିଜି ପିଲା ଦେଢ କୋଟି, ସୁପର ସ୍ପେଶାଲିଷ୍ଟ ପିଲା ୨ କୋଟି ଦେବେ । ଆଜି ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଡାକ୍ତରଙ୍କ ସ୍ଥିତି ବାବଦରେ ଆଲୋଚନା କରିଥିଲେ । ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଅଧିକାଂଶ ଛାତ୍ରଛାତ୍ରୀ ଡାକ୍ତରୀ ପାସ୍ କରିବା ପରେ ରାଜ୍ୟ ବାହାରକୁ ପଳୋଉଥିବାରୁ ସରକାର ଉଦବେଗ ପ୍ରକାଶ କରିଥିଲେ । ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାରୀ ମେଡିକାଲ ବଣ୍ଡ ପଲିସିରେ ନିୟମ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଚଳିତ ବର୍ଷରୁ ଲାଗୁ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

LEAVE A REPLY

Please enter your comment!
Please enter your name here