ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଚୌକୀରେ ବସିବା ପାଇଁ ସଜ ହେଲେଣି. ଗତ ଅଠରବର୍ଷ ଧରି ଯାହା ହୋଇପାରିନଥିଲା, ଏଥର ନିରଞ୍ଜନ କରି ଦେଖେଇବେ ବୋଲି ସାହସ କୁଳେଇଲେଣି. ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ ହେବା ପରେ ନିରଞ୍ଜନଙ୍କ ସ୍ବପ୍ନ ଏବେ ଟିକେ ଗାଢ ହେଲାଣି. ସେଇଥିପାଇଁ ଯଦି କଂଗ୍ରେସ ସରକାରକୁ ଆସେ, ତେବେ କି କି କାମ କରିବ, କହିବା ଆରମ୍ଭ କଲେଣି. ଯେମିତି କ୍ଷମତାକୁ ଆସିଲେ ସେ କୃଷି ଋଣ ଛାଡ କରିବେ ବୋଲି ବାରମ୍ବାର ଦୋହରାଇଲେଣି. ଚାଷୀଙ୍କୁ ସୋଲାର ପମ୍ପସେଟ ଦେବେ ବୋଲି ବି କହିଛନ୍ତି. ପାଞ୍ଚବର୍ଷ ଯାଏଁ ଚାଷୀଙ୍କୁ ଆର୍ଥିକ ସହାୟତା ବି ଯୋଗାଇଦେବେ. ତେଣୁ ଏସବୁ ପ୍ରତିଶ୍ରୁତିରୁ ଲାଗୁଛି, ନିରଞ୍ଜନଙ୍କ ଭିତରେ ଟିକେ ଆତ୍ମବିଶ୍ବାସ ବଢିଲାଣି. ଆଉ ଆତ୍ମବିଶ୍ବାସ ନଷ୍ଟ କରୁଥିବା ଭ୍ରଷ୍ଟ ନେତା ଚକ୍ରାନ୍ତ ଜେନାଙ୍କୁ ସେ ପୁରା ସାଇଜ୍ କରିଦେଇଛନ୍ତି. ନହେଲେ କଂଗ୍ରେସ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା କଣ ଏବେଠୁ କହିହେବ . ସେଥିପାଇଁ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ଖୁବ୍ ବର୍ଷିଛନ୍ତି. ନା କେନ୍ଦ୍ରରେ ତାଙ୍କ ସରକାର, ନା ରାଜ୍ୟରେ,ତେଣୁ ନିରଞ୍ଜନଙ୍କୁ କହିବା ପାଇଁ ଏବେସହଜ ଲାଗୁଛି. ନିରଞ୍ଜନ କହିଛନ୍ତି.