ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୧୬ ତାରିଖରେ ନାମାଙ୍କନର ଶେଷ ତାରିଖ । ଅକ୍ଟୋବର ୧୭ରେ ଯାଞ୍ଚ ହେବ ପ୍ରାର୍ଥିପତ୍ର । ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ଅକ୍ଟୋବର ୧୯ । ଏହାପରେ ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥି ତାଲିକା । ନଭେମ୍ବର ୩ରେ ଭୋଟ ଗ୍ରହଣ ହେବ । ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ । କୋଭିଡ କଟକଣା ଭିତରେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । କରୋନା ଆକ୍ରାନ୍ତଙ୍କ ମଧ୍ୟ ଭୋଟ ଦେଇପାରିବେ । ଶେଷ ୧ ଘଣ୍ଟାରେ ସେମାନଙ୍କ ପାଇଁ ଭୋଟ ଦେବାର ବ୍ୟବସ୍ଥା କରାଯାଉଛି । ବୁଥ୍‌ରେ ଗହଳି ଏଡାଇବାକୁ ପ୍ରତି ୧୦୦୦ ଭୋଟରଙ୍କ ପାଇଁ ହେବ ଗୋଟିଏ ମତଦାନ କେନ୍ଦ୍ର । ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବା ସହିତ ମାସ୍କ ଏବଂ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯିବ । କରୋନା କଟକଣା ମାନି ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ ।

LEAVE A REPLY

Please enter your comment!
Please enter your name here