ପାଖେଇ ଆସିଲାଣି ନିର୍ବାଚନ । ନିର୍ବାଚନକୁ  ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଏବେ ବେଶ ଜମୁଛି ରାଜନୀତି । ବିଜେପିର କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି । ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ତୁଷାର ଏବଂ ତାଙ୍କର ସମର୍ଥକ । ବଡ କଥା ହେଲା ନିର୍ବାଚନ ବେଳେ ନେତାଙ୍କ ଦଳ ଛାଡିବା ଏକ ସାଧାରଣ କଥା । କିନ୍ତୁ ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି । କାରଣ ବିଜେପିରେ ଟିକେଟ ପାଇ ସୁଦ୍ଧା ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି । ନିକଟରେ କେନ୍ଦୁଝର ଆନନ୍ଦପୁର ଆସନ ପାଇଁ ବିଜେପି ଟିକଟ ପାଇଥିବା ଭାଗିରଥୀ ସେଠୀ  ଓ ବିଜେପୁର ଆସନ ପାଇଁ ଟିକଟ ପାଇଥିବା ସୁବାସ ଚୌହାନ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ.

LEAVE A REPLY

Please enter your comment!
Please enter your name here