ଶେଷରେ ମୁକୁଳିଲେ ମହାରଥୀ. ଗତ 22 ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କାର୍ଡକୁ ତାଙ୍କ ପିପିଲି ସ୍ଥିତି ଫାର୍ମ ହାଉସରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଜେଲରୁ ମୁକୁଳିଛନ୍ତି. ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ତାଙ୍କ ମିନ ଆବେଦନର ଶୁଣାଣୀ କରି ତାଙ୍କୁ 50 ହଜାର ଟଙ୍କା ଓ ଦୁଇଜଣ ବ୍ୟକ୍ତିଗତ ମୁଚାଳିକାରେ ଜାମିନ ମଂଜୁର କରିଛନ୍ତି. ପୋଲିସ କେସ ଡାଏରୀ ଓ ତଦନ୍ତ ରିପୋର୍ଟ ଆଜି କୋର୍ଟରେ ଦାଖଲ ହେବା ପରେ ମହାରଥୀଙ୍କୁ ଜାମିନ ମିଳିଥିଲା. ତେବେ ମହାରଥୀଙ୍କ ଜାମିନ ହୋଇଥିବା ବେଳେ ପୋଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି. ଫ୍ଲାଇଂ ସ୍କ୍ବାର୍ଡକୁ ଆକ୍ରମଣ ମାମଲାରେ ବାସୁଦେବ ଜେନା ଓ ମନୋରଂଜନ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି. ସୂଚନା ଅନୁଯାୟୀ ଫ୍ଲାଇଂ ସ୍କ୍ବାର୍ଡ ଗତ 21 ତାରିଖ ରାତିରେ ପିପିଲି ସ୍ଥିତ ମହାରଥୀଙ୍କ ଫାର୍ମ ହାଉସରେ ଚଢଉ କରିବା ସମୟରେ ମହାରଥୀଙ୍କ ଇଙ୍ଗିତରେ ଫାର୍ମ ହାଉସ କର୍ମଚାରୀମାନେ ସ୍କ୍ବାର୍ଡ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା.