ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଶେଷ ପ୍ରଚାରରେ ମାରାଥନ ପ୍ରଚାର କରିଛନ୍ତି ବିଭିନ୍ନ ଦଳର ହେଭିଓ୍ବେଟ ନେତା ଓ ତାରକା ପ୍ରଚାରକମାନେ.  କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି. ହାଇଟେକ ବସରେ ରୋଡ ସୋ କରିବା ସହ ବିଭିନ୍ନ ସ୍ଥାନରେ ସମାବେଶକୁ ସମ୍ବୋଧନ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ. ପ୍ରାକୃତିକ ବିପର୍ଯ଼୍ୟୟ ବେଳେ ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ର ନେତାମାନେ କୋଉଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ନବୀନ. କେନ୍ଦ୍ରାପଡାର ବିକାଶ ମୋର ଦାୟିତ୍ବ ବୋଲି କହି ନବୀନ ବିଜେଡିକୁ ଜିତେଇବାକୁ ନିବେଦନ କରିଛନ୍ତି.

ଅନ୍ୟପକ୍ଷରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଶେଷ ଦିନରେ ସୁକିନ୍ଦା ଓ ମୟୁରଭଞ୍ଜ ମୋରଡା ସମାବେଶରେ ଉଦବୋଧନ ଦେଇ ନବୀନଙ୍କୁ କଡା ସମାଲୋଚନା କରିଛନ୍ତି. 19 ବର୍ଷର ଭ୍ରଷ୍ଟାଚାର ବିଜେଡି ସରକାରକୁ ହଟାଇ ବିଜେପିକୁ କ୍ଷମତାସୀନ କରିବାକୁ ନିବେଦନ କରିଛନ୍ତି. ବିଜେପି ସରକାରକୁ ଆସିଲେ ଓଡିଶାର ବିକାଶ ହେବ ବୋଲି କହିଛନ୍ତି.

29ରେ ଓଡିଶା ପାଇଁ ଶେଷ ପର୍ଯ଼୍ୟାୟ ନିର୍ବାଚନ ହେବାକୁ ଯାଉଛି. ଏହି ନିର୍ବାଚନରେ 6ଟି ଲୋକସଭା ଓ 41 ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ.

LEAVE A REPLY

Please enter your comment!
Please enter your name here