ବିରୋଧୀ ମେଣ୍ଟ “ଇଣ୍ଡିଆ”ର ତେରଜଣିଆ କୋର୍ କମିଟି ଗଠନ କରାଯାଇଛି । ଏହି କମିଟି “ଇଣ୍ଡିଆ”ର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ହେବ । ଆଜି ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯାଇଛି । ତେବେ ତେରଜଣିଆ ନୀତି ନିର୍ଦ୍ଧାରକ କମିଟିରେ ରାହୁଲ ଗାନ୍ଧୀ ନାହାନ୍ତି । କଂଗ୍ରେସର କେ.ସି. ବେଣୁଗୋପାଳ, ଏନସିପିର ଶରଦ ପାଓ୍ବାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନ, ଆରଜେଡିର ତେଜସ୍ବୀ ଯାଦବ, ଟିଏଣସିର ଅଭିଷେକ ବାନାର୍ଜୀ, ଶିବସେନାର ସଞ୍ଜୟ ରାଉତ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆପର ରାଘବ ଚଢା, ସମାଜବାଦୀ ପାର୍ଟିର ଜାଭେଦ ଅଲ୍ଲୀ ଖାନ୍, ସଂଯୁକ୍ତ ଜନତା ଦଳର ଲଲାନ ସିଂ, ସିପିଆଇର ଡି. ରାଜା, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଏବଂ ପିଡିପର ମେହବୁବା ମୁଫତି ଅଛନ୍ତି । ଆସନ୍ତା ନିର୍ବାଚନରେ ଯଥାସମ୍ଭବ ଇଣ୍ଡିଆର ଅଂଶୀଦାର ଦଳଗୁଡିକ ମଧ୍ୟରେ ଆସନ ବୁଝାମଣା ହବେ ବୋଲି ସୂଚନା ଦିଆଯାଇଛି । ଆସନ୍ତା ନିର୍ବାଚନ ପାଇଁ “ଇଣ୍ଡିଆ” ଟାଗ୍ ଲାଇନ ରଖିଛି, ଯୁଡେଗା ଭାରତ, ଜିତେଗା ଇଣ୍ଡିଆ । ସବୁ ରାଜ୍ୟରେ ଇଣ୍ଡିଆ ଅଂଶୀଦାର ଦଳମାନେ ଏହି ଟାଗ୍ ଲାଇନକୁ ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରିବ

LEAVE A REPLY

Please enter your comment!
Please enter your name here