ଗତକାଲି ବିଶ୍ୱକପର ଏକ ରୋମାଚଂପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନିକଟରୁ ୩୧ ରନ୍ ରେ ହାରିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନିୟମିତ ନୀଳ ରଙ୍ଗର ଜର୍ସି ପରିବର୍ତେ କମଳା ଏବଂ ନୀଳ ରଙ୍ଗ ମିଶ୍ରିତ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା । ଏହି ଜର୍ସି ଭାରତ ପାଇଁ ଶୁଭଦାୟକ ନୁହେଁ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଭାରତ ମ୍ୟାଚ ହାରିବାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପେ ମଧ୍ୟ ଦେଖା ଦେଇଛି । ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଟ୍ୱିଟ କରି କହିଛନ୍ତି ନୂଆ ଜର୍ସିରେ ହିଁ ଭାରତ ବିଶ୍ୱକପରେ ପ୍ରଥମ ପରାଜୟ ବରଣ କରିଛି । ଏହାକୁ କେହି ଅନ୍ଧବିଶ୍ୱାସ ବୋଲି ଭାବି ପାରେ କିନ୍ତୁ ଏହା ସତ ଯେ ନୂଆ ଜର୍ସି ପାଇଁ ଭାରତ ହାରିଛି । ସେପଟେ ଜମ୍ମୁ ଓ କାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରାଇନା କହିଛନ୍ତି ପାକିସ୍ତାନ ଟିମ୍ ସେମିଫାଇନାଲ ରେସ୍ ରୁ ବାଦ ପଡିଥିବା କାରଣରୁ ମୁଫତି ଜର୍ସିକୁ ପରାଜୟର କାରଣ କହୁଛନ୍ତି ।
ସୋସିଆଲ ମିଡିଆରେ ଜର୍ସିକୁ ନେଇ ବହୁ ମଜାଦାର ପୋଷ୍ଟ କରାଯାଉଛି । କେହି କେହି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଧେଶରେ ଭାରତ ଇଂଲଣ୍ଡ ନିକଟରୁ ହାରିଛି କହୁଥିବା ବେଳେ କେହିକେହି ଧୋନିଙ୍କ ଧିବା ବ୍ୟାଟିଂ କୁ ମଧ୍ୟ ପ୍ରଶଂସା କରି ସଚ୍ଚା ଦେଇ ଭକ୍ତର ଆଖ୍ୟା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟଯେ ଆସନ୍ତାକାଲି ଖେଳାଯାଇଥିବା ଭାରତ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା ପାକିସ୍ତାନର ଭାଗ୍ୟ । କାରଣ ଭାରତ ଏହି ମ୍ୟାଚ୍ ଭାରତ ଜିତିଥିଲେ ଇଂଲଣ୍ଡ ସେମିଫାଇନାଲ ରେସ୍ ରୁ ବିଦା ହୋଇଥାନ୍ତା ଓ ପାକିସ୍ତାନ ସେମିଫାଇନାଲ ଖେଳିବାର ଆଶା ଉଜ୍ଜିବିତ ହୋଇଥାନ୍ତା । କିନ୍ତୁ ମ୍ୟାଚ୍ରେ ଭାରତର ପରାଜୟ ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା ବନ୍ଦ ହୋଇଯାଇଛି