ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆରମ୍ଭରୁ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ ଓ ଅବଦୁଲା ଶଫିକ ବଡ ଲକ୍ଷ୍ୟ ନେଇ ଷ୍ଟାଡିଅମକୁ ଓହ୍ଲାଇଥିଲେ ହେଁ ଭାରତୀୟ ବୋଲରଙ୍କୁ ସାମନା କରିପାରି ନ ଥିଲେ । ମାତ୍ର କୋଡିଏ ରନରେ ପ୍ରଥମ ଉଇକେଟ୍ ପଡିଥିଲା । 73 ରନରେ ଦୁଇଟି ଉଇକେଟ ହରାଇବା ପରେ ବାବର ଓ ରିଜଓ୍ବାନ ମଙ୍ଗ ସମ୍ଭାଳିଥିଲେ । ମାତ୍ର ଭାରତୀୟ ବୋଲରଙ୍କୁ ସାମନା କରି ନପାରି ପାକିସ୍ତାନ ବ୍ୟାଟସମ୍ୟାନ 41.4 ଓଭରରେ 191 ରନ୍ କରି ଅଲ ଆଉଟ ହୋଇଯାଇଥିଲେ ।
ପାକିସ୍ତାନକୁ ଜବାବ ଦେବାକୁ ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଇନିଂସ ଆରମ୍ଭ କରିଥିଲେ ହେଁ ଗିଲ୍‌ ୧୧ ବଲରେ ୧୬ ରନ କରି ଆଉଟ ହୋଇଯାଇଥିଲେ । ରିପୋର୍ଟ ଲେଖା ହେଲା ବେଳକୁ ଭାରତ 2 ଉଇକେଟ୍ ହରାଇ 12 ଓଭରରେ 88 ରନ୍ କରିଛି ।

LEAVE A REPLY

Please enter your comment!
Please enter your name here