ବିଶ୍ୱକପ ହକି ପରେ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି ହକି ଫିବର । ଆଜିଠୁ ଆରମ୍ଭ ହୋଇଛି ଏଫ ଆଇ ଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ । ଆଜିଠୁ ଆରମ୍ଭ ହୋଇଥିବା ଏହି ସିରିଜ୍ ଫାଇନାଲ ମ୍ୟାଚ ଜୁନ ୧୫ ରେ ଖେଳାଯିବ । ଏହି ସିରିଜ୍ ରେ ଅଂଶଗ୍ରହଣ କରିଥିବା ଆଠଟି ଦଳ ପାଇଁ ବହୁ ଗୁରୁତ୍ୱବହନ କରୁଛି । କାରଣ ଏହି ସିରିଜରେ ଶ୍ରେଷ୍ଠ ଦୁଇ ଦଳ ୨୦୨୦ ଟୋକିଓ ଅଲମ୍ପିକ ପାଇଁ ଟିକେଟ ପାଇବେ । ଆଜି ସିରିଜ୍ ର ପ୍ରଥମ ଦିନରେ ତିନୋଟି ମ୍ୟାଚ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚ୍ ରେ ଗ୍ରୁପ୍ ବି ର ଦକ୍ଷିଣ ଆଫ୍ରିକା ଓ ଆମେରିକା ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ ରେ ଆମେରିକା ଦକ୍ଷିଣ ଆଫ୍ରିକାକୁ ୨.୦ ଗୋଲରେ ପରାସ୍ତ କରିଛି ।
ଦ୍ୱିତୀୟ ମ୍ୟାଚ୍ ଅପରାହ୍ନ ୫ଟାରେ ରେ ଉଜବେକିସ୍ତାନ ଓ ପୋଲାଣ୍ଡ ମଧ୍ୟରେ ଲଢେଇ ହେବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ସନ୍ଧ୍ୟା ୭ଟାରେ ରେ ଆୟୋଜକ ଭାରତ ଏବଂ ରୁଷିଆ ମଧ୍ୟରେ ଖେଳାଯିବ । ଏଫ୍ ଆଇ ଏଚ୍ ଫାଇନାଲ୍ସରେ ଗ୍ରୁପ୍ ଏ ରେ ଭାରତ ,ପୋଲାଣ୍ଡ, ରୁଷିଆ ଓ ଉଜବେକିସ୍ତାନ ଥିବା ବେଳେ ଗ୍ରୁପ୍ ବି ରେ ଦକ୍ଷିଣ ଆଫ୍ରିକା ,ଜାପାନ ,ଆମେରିକା ଏବଂ ମେକ୍ସିକୋ ସ୍ଥାନ ପାଇଛନ୍ତି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାମୁଦ୍ରିକ ଝଡ ଫନିରେ ଧ୍ୱସ୍ତସ୍ତୁପରେ ପରିଣତ ହୋଇଯାଇଥିବା ରାଜଧାନୀ ଭୁବନେଶ୍ୱରକୁ ପୁଣି ଆର୍ନ୍ତଜାତୀୟ ମ୍ୟାଚ୍ ଫେରିବା ଏବଂ ଅସଜଡା ହୋଇ ପଡିଥିବା କଳିଙ୍ଗ ଷ୍ଟାଡିୟମକୁ ପୁଣି ଥରେ ନୂଆ ରୂପ ଦେଇଛନ୍ତି ଓଡିଶା ସରକାର ଓ କ୍ରୀଡା ବିଭାଗ । ଓଡିଶା ସରକାର ଏବଂ ଓଡିଶାବାସୀ ହକିକୁ ଦେଇଥିବା ଭଲପାଇବାକୁ ଆଖି ଆଗରେ ରଖି ହକି ଇଣ୍ଡିଆ ଏଥର ଆୟୋଜିତ ଏହି ଏଫ ଆଇ ଏଚ୍ ସିରିଜ୍ ର ଟିକେଟ୍ ବାବଦରେ ଆଦାୟ ଅର୍ଥକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାର ନିଷ୍ପତି ନେଇଛି ।

LEAVE A REPLY

Please enter your comment!
Please enter your name here