ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଓପନିଂ ବ୍ୟାଟ୍ସମ୍ୟାନ ଆଲିଷ୍ଟର କୁକ୍ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେବେବୋଲି ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଓଭାଲରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ହେବ ତାଙ୍କର ଶେଷ ମ୍ୟାଚ୍ । ନିଜେ ଆଲିଷ୍ଟର କୁକ୍ ଏହା ଘୋଷଣା କରିଛନ୍ତି । ସେ ଇଂଲଣ୍ଡ ପାଇଁ ୧୨,୨୫୪ ରନ୍ କରିବା ସହ ସର୍ବାଧିକ ୧୬୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହା ହେବ ତାଙ୍କ ୧୬୧ ମ୍ୟାଚ୍ । ତେବେ ଭାରତ ବିପକ୍ଷରେ ଖରାପ ଫର୍ମରେ ଥିବା ସହ ବର୍ତ୍ତମାନ ସିରିଜରେ ରନ୍ କରିବାରେ ବିଫଳ ହୋଇଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେବା ପରେ ମଧ୍ୟ ସେ ଏସେକ୍ସ ପାଇଁ କାଉଣ୍ଟି କ୍ରୀକେଟ ଖେଳ ଜାରି ରଖିବେ ।

LEAVE A REPLY

Please enter your comment!
Please enter your name here