କ୍ରୀଡା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ. ରାଜ୍ୟ ସରକାର ହକି ସହ ପର୍ଯ୍ୟଟନକୁ ଯୋଡି ବିଶ୍ବସ୍ତରରେ ନୂଆ ବାର୍ତ୍ତା ଦେଇଛନ୍ତି. ହକି ମେନ୍ସ ଓ୍ବାର୍ଲ୍ଡ କପ୍ ଭୁବନେଶ୍ବର 2018 ପାଇଁ ଲଣ୍ଡନ ସିଟି ବସରେ ଓଡିଶା ପର୍ଯ୍ୟଟନର ଚିତ୍ରକୁ ବିଜ୍ଞାପିତ କରିଛନ୍ତି ରାଜ୍ୟ ସରକାର. ଏଭଳି ବିଜ୍ଞାପନ ଦେଇ ସରକାର ଓଡିଶାକୁ ଅନ୍ତର୍ଜାତୀୟସ୍ତରରେ ସ୍ପୋର୍ସ ହବ୍ ମାନ୍ୟତା ଦେବାକୁ ପ୍ରୟାସ କରିବା ସହ ପର୍ଯ୍ୟଟନ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି. ପ୍ରଚାରର ସ୍ଲୋଗାନ ରହିଛି, ଓଡିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଙ୍ଗ. ସନ୍ଧ୍ୟାରେ ହକି, ସକାଳେ ଓଡିଶାର ପର୍ଯ୍ୟଟନ ସ୍ଥଳ ଉପଭୋଗ କରିବା ପାଇଁ ବିଜ୍ଞାପନରେ ପ୍ରଚାର କରାୟାଇଛି.

LEAVE A REPLY

Please enter your comment!
Please enter your name here