୨୦୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଟସ୍ ଜିତି ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ । ମାଞ୍ଚେଷ୍ଟରର ଓଲ୍ଟ ଟ୍ରାଫୋର୍ଡ ପଡିଆରେ ଖେଳାଯାଉଛି ଏହି ହାଇଭୋଲ୍ଟେଜ ମ୍ୟାଚ୍ । ମ୍ୟାଚ୍ ର ପ୍ରାରମ୍ଭରରୁ ଭାରତକୁ ସଫଳତା ଦେଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା । ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗୁପଟିଲ୍ଙ୍କୁ ଅଧିନାୟକ ବିରାଟଙ୍କ ହାତରେ କ୍ୟାଚ କରାଇ ପଡିଆ ବାହାରକୁ ପଠାଇଦେଇଛନ୍ତି । ଚଳିତ ବିଶ୍ୱକପରେ ଲିଗ୍ ସ୍ତର ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ତେବେ ଆଜିର ମ୍ୟାଚରେ ପରସ୍ପରକୁ କଡା ଟକ୍କର ଦେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚ୍ ଯେଉଁ ଦଳ ବିଜୟୀ ହେବ ,ସେହି ଦଳ ସିଧାସଳଖ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପର ବିଶ୍ୱକପରେ ୭ ଥର ମୁହାଁ ମୁହିଁ ହୋଇଥିବା ବେଳେ ଭାରତ ୩ଟିରେ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି । ଇଂଲଣ୍ଡ ମାଟିରେ ଭାରତ ନ୍ୟୁଜିଲାଣ୍ଡକୁ କେବେ ପରାସ୍ତ କରିନାହିଁ । ଏଣୁ ଆଜିର ମ୍ୟାଚ୍ ବିଜୟୀ ହୋଇ ନୂଆ ଇତିହାସ ରଚିବା ଅପେକ୍ଷାରେ ଟିମ୍ ଇଣ୍ଡିଆ ।

LEAVE A REPLY

Please enter your comment!
Please enter your name here