ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତ ଟିମ୍ ଘୋଷଣା କରିଛି । କିଛି ଦିନର ବିରତି ପରେ ଆଗାମୀ ସିରିଜ୍ ପାଇଁ ହାର୍ଦ୍ଦିକ୍ ପାଣ୍ଡ୍ୟା ଫେରିଛନ୍ତି । ବର୍ତ୍ତମାନ ଜାରି ତାଲିକାରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରହିଥିବାବେଳେ ଶୁବମନ ଉପ ଅଧିନାୟକ ଅଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି। ଭାରତୀୟ ଦଳର ସ୍କ୍ୱାର୍ଡରେ ଜାରି ତାଲିକାରେ ଅଛନ୍ତି, ସୂର୍ଯ୍ୟ କୁମାର ଯାଦବ ଅଧିନାୟକ, ଶୁବମନ ଗିଲ୍ ଉପ-ଅଧିନାୟକ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର୍ ପଟେଲ୍, ଜିତେଶ ଶର୍ମା, ସଞ୍ଜୁ ସାମସନ୍, ଯଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ । ବେକରେ ଆଘାତ ଯୋଗୁଁ ଶୁବମନ ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜର ଅଂଶ ନଥିଲେ। ଏବେ ଉପଅଧିନାୟକ ଭାବେ ଦଳକୁ ଫେରିଛନ୍ତି। ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଡିସେମ୍ବର ୯ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୧ରେ ନ୍ୟୁ ଚଣ୍ଡିଗଡ଼ରେ ଏବଂ ତୃତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୪ରେ ଧର୍ମଶାଳାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚ୍ ଡିସେମ୍ବର ୧୭ରେ ଲକ୍ଷ୍ନୌରେ ଏବଂ ପଞ୍ଚମ ଟି-୨୦ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ।













