ଶୁକ୍ରବାରଠାରୁ ସ୍ଥାନୀୟ ରାଜକୋଟ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତିନେଇଥିଲା ଭାରତ । ପୃଥ୍ୱୀ ସଙ୍କ ସହ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ । ଟେଷ୍ଟ ମ୍ୟାଚରେ ୧୯ ବର୍ଷରୁ କମ ବିଶ୍ୱକପ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ପୃଥ୍ୱୀ ଶ’ ଅନ୍ତର୍ଜାତୀୟ ପଦାର୍ପଣରେ ଶତକ ମାରିଛନ୍ତି । ଡେବ୍ୟୁ ଟେଷ୍ଟରେ ଇତିହାସ ରଚିଛନ୍ତି ପୃଥ୍ୱୀ ଶ । ପ୍ରଥମରୁ ହିଁ ଦମଦାର ପ୍ରଦର୍ଶନ କରିଥିଲେ ପୃଥ୍ୱୀ । ଏହି ସଫଳତା ପାଇବାରେ ସେ ମୋଟ ଉପରେ ସେ ୧୫ ତମ ଓ କନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ । ସେ ମାତ୍ର ୧୮ ବର୍ଷ ୩୨୯ ଦିନରେ ଏହି କୃତିତ୍ତ୍ୱ ହାସଲ କରିଛନ୍ତି । ୯୯ ବଲ ସମ୍ମୁଖୀନ ହୋଇ ୧୫ ଚୌକା ସହାୟତାରେ ସେ ଶତକ ପୂରଣ କରିଛନ୍ତି । ବିଶ୍ୱର ପର୍ଦାପଣ ଟେଷ୍ଟରେ ଶତକ ମାରିଥିବା କନିଷ୍ଠ ଖେଳାଳୀଙ୍କ ମଧ୍ୟରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି । ଏହି ଟେଷ୍ଟ ସିରିଜରେ ଲୋକେଶ ରାହୁଲ ପ୍ରଥମରୁ ଆଉଟ ହୋଇଯିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଲାଗୁଥିଲେ ମଧ୍ୟ ପୃଥ୍ୱୀ ଏବଂ ଚେତେଶ୍ୱର ପୂଜାରାଙ୍କ ଯୋଡି ଭାରତକୁ ଏହି ଟେଷ୍ଟରେ ଦୃଢ ସ୍ଥିତିକୁ ଆଣିଛି ।

LEAVE A REPLY

Please enter your comment!
Please enter your name here