ଭାରତ -ଦକ୍ଷିଣ ଆଫ୍ରିକା ମହାମୁକାବିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଟିମ୍ ଇଣ୍ଡିଆ ବୋଲିଂ କରିବ । ଆଜିଠୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବିଶ୍ୱ କ୍ରିକେଟର ସବୁଠୁ ଲୋକପ୍ରିୟ ଦଳ ଭାରତ । ୨୦୧୯ କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣରେ ଭାରତ ତାର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସାଉଥ ହମ୍ପଟନର ରୋଜବାଉଲ୍ ଗ୍ରାଉଣ୍ଡରେ ଖେଳ ଆରମ୍ଭ କରିଛି । ୧୨୦ କୋଟିରୁ ଅଧିକ ଦେଶବାସୀଙ୍କ ଆଶା ଓ ଭରସାକୁ ନେଇ ଇଂଲଣ୍ଡରେ ଆଜି ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବିରାଟ ବାହିନୀ । ୨୦୧୯ ବିଶ୍ୱକପର ସର୍ବଶ୍ରେଷ୍ଠ ଦାବିଦାର କୁହାଯାଇଥିବା ବିରାଟ ବାହିନୀ ତାର ପ୍ରଥମ ମ୍ୟାଚ୍ ବିଜୟ ସହ ଏହି ବିଶ୍ୱକପରେ ତାର ଦବଦବା ଯାହିର କରିବା ଲକ୍ଷ୍ୟରେ ରହିଛି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ପରାଜୟର ସମ୍ମୁଖୀନ ହୋଇସାରିଛି । ବିଶ୍ୱରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଅସଲ ପରୀକ୍ଷାର ବେଳ ଆସିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ । ଓପନିଂ ଯୋଡି କାରଣ ଶିଖର ଧାୱନ ଏବଂ ରୋହିତ ଶର୍ମା ଭଲ ଫର୍ମରେ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here