ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଥିବା ତିନୋଟି ରନୱେ ମଧ୍ୟରୁ ଗୋଟିଏର ମରାମତି ପାଇଁ ଏହା ନଭେମ୍ବର ମାସରେ ସଂପୂର୍ଣ୍ଣରୂପେ ବନ୍ଦ ରହିବ. ଯାହାଫଳରେ ପ୍ରତିଦିନ ପାଖାପାଖି 100ଟି ବିମାନ ଏହା ଦ୍ୱାରା ପ୍ରଭାବିତ ହେବେ. ଏଥିରେ ପାଖାପାଖି 50ଟି ଟେକ୍ ଅଫ୍ ଓ 50ଟି ଲ୍ୟାଣ୍ଡିଂ ରହିବ. ତେବେ ଆଇଜିଆଇର ସଞ୍ଚାଳନ ଦିଲ୍ଲୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଡାଏଲ୍) ଦ୍ୱାରା ସଞ୍ଚାଳିତ ହୋଇଥାଏ.  କୁହାଯାଇଛି ଯେ, ଏହି ରନୱେ କାମ ଚାଲିଥିବା ସମୟରେ ପ୍ରତିଦିନ 100ଟି ବିମାନକୁ ବନ୍ଦ କରିବାକୁ ପଡିବ. ଯେଉଁଥିରେ ଡୋମେଷ୍ଟିକ୍ ଓ ଇଣ୍ଟରନ୍ୟାସନାଲ୍ ଉଭୟ ସାମିଲ ରହିବେ. ଡାଏଲ୍ ଜାରି କରିଥିବା ସୂଚନା ମୁତାବକ, ରନୱେ ନମ୍ବର-27/09 ରେ ଏକ ବଡ ଧରଣର ମରାମତି ହେବ. ଯାହା ଦୀର୍ଘ 3 ବର୍ଷ ପରେ ହେବାକୁ ଯାଉଛି. ଏଥିପାଇଁ ରନୱେ ନଭେମ୍ବର 15 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ.

LEAVE A REPLY

Please enter your comment!
Please enter your name here