ଅଲମ୍ପିକ ପଦକ ବିଜୟିନୀ ଓଡିଆ ଝିଅ ଦୂତୀଙ୍କୁ ନେଇ ତିଆରି ହେବ ବଲିଉଡ୍ ଫିଲ୍ମ । କିଛି ଦିନ ହେବ ନିଜ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କରି ଚର୍ଚ୍ଚାରେ ଥିଲେ ଏହି ଓଡିଆ ସ୍ପ୍ରିଣ୍ଟର । ବର୍ତମାନ ତାଙ୍କ ଉପରେ ତିଆରି ହେବ ବାୟୋପିକ୍ । ବାୟୋପିକ ଫିଲ୍ମ ପାଇଁ ବହୁ ଚଳଚିତ୍ର ନିର୍ମାତା ଦୂତୀଙ୍କ ସହ ସମ୍ପର୍କ କରିସାରିଲେଣି । ବଲିଉଡ୍ ଚଳଚିତ୍ର ନିର୍ମାତା ରାକେଶ ଓମପ୍ରକାଶ ଓ ଅନୀଲ କପୁର ମଧ୍ୟ ଦୂତୀଙ୍କୁ ଚଳଚିତ୍ର ନେଇ ରାଇଟ୍ସ ମାଗିଛନ୍ତି । କିନ୍ତୁ ଦୂତୀ ଏଯାଏଁ କାହାକୁ ହଁ କହିନାହାନ୍ତି । କିଛି ଦିନ ପୂର୍ବେ କମେଡି କିଙ୍ଗ୍ କପିଲ ଶର୍ମାଙ୍କ କମେଡି ନାଇଟ ଉଇଥ କପିଲ ରେ ପ୍ରଥମ ଓଡିଆ ଝିଅଭାବେ ଯୋଗଦେଇ ଥିଲେ ଦୂତୀ ।

LEAVE A REPLY

Please enter your comment!
Please enter your name here