ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ହୋଇଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟରେ ଭାରତ ଶୋଚନୀୟ ଭାବେ ୧୫୯ ରନରେ ପରାଜୟ ବରଣ କରିଛି । ଏହାସହ ଇଂଲଣ୍ଡ ଦଳ ମ୍ୟାଚରେ ଭାରତ ଠାରୁ ୨-୦ରେ ଆଗୁଆ ରହିଛି । ଖେଳ ପରେ ଭାରତର ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କୁ ସମର୍ଥନ ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଭାରତର ଲଜ୍ଜାଜନକ ପରାଜୟ ଦେଶର ସମସ୍ତ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ପରାଜୟ ପରେ କୋହଲି ନିଜ ଦଳର ଖେଳାଳି ମାନଙ୍କୁ ଧୈର୍ଯ୍ୟହରା ନହେବାକୁ ପରାମର୍ଶ ଦେବାସହ ଖେଳରେ ହାର ଜିତ ଲାଗିରହେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here