ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଟି-20 ମ୍ୟାଚ. ତ୍ରି-ସ୍ତରୀୟ ସିରିଜ ବିଶିଷ୍ଟ ଏହି ମ୍ୟାଚର ପ୍ରଥମ ମ୍ୟାଚଟି ଆଜି ସନ୍ଧ୍ୟା 7 ଟାରେ କୋଲକାତାରେ ଖେଳାଯିବ. ଏଥିପାଇଁ ବିସିସିଆଇ ପକ୍ଷରୁ ଭାରତର 12 ଜଣ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି. ତେବେ ଟି-20 ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲୀଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ବିରାଟଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦିଆଯାଇଛି. ଏହାଛଡା ଦଳରେ କିଛିଟା ପରିବର୍ତ୍ତନ କରାଯାଇ  ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, କେ.ଏଲ ରାହୁଲ, ଋଷଭ ପନ୍ଥ, ମନିଷ ପାଣ୍ଡେ, ଦିନେଶ କାର୍ତ୍ତିକ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜଶପ୍ରିତ ବୁମରାହ, ଖଲୀଲ ଅହମ୍ମଦ ଓ ୟୁଜବେନ୍ଦ୍ର ଚହଲ ଆଦି ଖେଳାଳୀଙ୍କୁ ସ୍ଥାନ ମିଳିଛି.

LEAVE A REPLY

Please enter your comment!
Please enter your name here