ଭାରତୀୟ କ୍ରୀକେଟ ଖେଳାଳୀ ଗୌତମ ଗମ୍ଭୀରଙ୍କ ନୂଆ ଅବତାର । ତାଙ୍କ ମଥାରେ ବିନ୍ଦି ଓ ମୁଣ୍ଡରେ ଝିଅଙ୍କ ଓଢଣି ପକାଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗମ୍ଭୀରଙ୍କ ଏହି ବେଶଭୂଷା ପଛରେ ଏକ ରାଜ୍ ରହିଛି । ସୁଚନାଅନୁସାରେ ଗୌତମ ଟ୍ରାନ୍ସଜେଣ୍ଡରଙ୍କ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଏକ କାଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ଟ୍ରାନ୍ସ ଜେଣ୍ଡରମାନେ ତାଙ୍କ ମଥାରେ ବିନ୍ଦି ଲଗାଇଦେବା ସହ ମୁଣ୍ଡରେ ଓଢଣୀ ପକାଇ ତାଙ୍କୁ ସ୍ୱାଗତ କରିଥିଲେ । କ୍ରିକେଟ ଛଡା ଗମ୍ଭୀର ଅନେକ ସାମାଜିକ କାଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି । ଛତିଶଗଡ ନକ୍ସଲ ଆକ୍ରମଣରେ ଶହିଦଙ୍କ ପିଲାଙ୍କ ପାଠପଢା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ସେ । ଏହାଛଡା ଜମ୍ମୁ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ଅବଦୁଲ ରଶିଦଙ୍କ ଝିଅର ସମସ୍ତ ଦାୟିତ୍ୱ ଗମ୍ଭୀର ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here