ଟିମ୍ ଇଣ୍ଡିଆ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଆଇସିସିର ଟେଷ୍ଟ ରାଙ୍କିଙ୍ଗ ତାଲିକାରେ ବିରାଟ ପ୍ରଥମ ସ୍ଥାନରେ ଅଛନ୍ତି । ନମ୍ବର ଓ୍ୱାନ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଛନ୍ତି ବିରାଟ । ଏହି ଦୌଡ଼ରେ ଷ୍ଟିଭ ସ୍ମିଥଙ୍କୁ ହଟାଇ ପ୍ରଥମ ସ୍ଥାନ ହାତେଇଛନ୍ତି କୋହଲି ।

ବର୍ମିଂହମ୍ ଟେଷ୍ଟରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଟିମ୍ ଇଣ୍ଡିଆର କ୍ୟାପଟେନ । ନିଜ କ୍ୟାରିୟରେ ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଛନ୍ତି ଏହି କ୍ରିକେଟ୍ ତାରକା । ଭାରତ ପକ୍ଷରୁ ଶେଷ ଥର ପାଇଁ 2011ରେ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ଆଫ୍ରିକାର ଜ୍ୟାକ୍ କ୍ୟାଲିସଙ୍କ ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପ୍ରଥମ ସ୍ଥାନ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here