ଭୁବନେଶ୍ୱରରେ ମଙ୍ଗଳବାର ଦିନ ଆରମ୍ଭ ହୋଇଯାଇଛି 58ତମ ନାସନାଲ୍ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ତିନି ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଦେଶର ପ୍ରାୟ 805 ଜଣ ଖେଳାଳି ଭାଗ ନେବେ । ପୂର୍ଣ୍ଣିମା ହେମ୍ବ୍ରମ, ଜଉନା ମୁର୍ମୁ,ଅମିୟ ମଲ୍ଲିକ ଓ ପାର୍ବତୀ ସେଠୀଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ନେଇ ପ୍ରସ୍ତୁତ ଏକ 15 ଜଣିଆ ଦଳ ଓଡିଶାକୁ ରିପ୍ରେଜେଣ୍ଟ କରିବ । ଅନ୍ୟପକ୍ଷରେ ଦୂତୀ ଚାନ୍ଦ, ନିରଜ ଚୋପ୍ରା, ହିମା ଦାସ,ସିମା ପୁନିଆ ଓ ସୁଧା ସିଂ ଆଦି ଖେଳାଳି ଏହି ଖେଳରେ ଯୋଗଦାନ ଦେବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।
ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ଅରପିନ୍ଦର ସିଂହ ଏହି ଇଭେଣ୍ଟର ମୁଖ୍ୟ ଆକର୍ଷଣ ସାଜିବେ । ଓଡିଶା କ୍ରିଡା ଓ ଯୁବ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ବହୁ ପ୍ରତିଭାବାନ ଖେଳାଳିମାନଙ୍କୁ ଦେଖିବାକୁ ମିଳିବ ।