ଗ୍ରାଣ୍ଡସ୍ଲାମ୍‌ ଟେନିସରୁ ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି। ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା ଅଷ୍ଟ୍ରେଲିଆନ ଓପନ। ଏହାର ମିକ୍ସଡ ଡବଲ୍ସରେ ରୋହନ ବୋପନ୍ନାଙ୍କ ସହିତ ସେ ରନର୍ ଅପ୍ ହୋଇଛନ୍ତି। ବ୍ରାଜିଲର ଯୋଡ଼ି ଲୁଇସା ଷ୍ଟେଫାନି ଓ ରାଫେଲ ମାଟୋସଙ୍କଠାରୁ ୭-୬, ୬-୨ ସିଧାସଳଖ ସେଟ୍‌ରେ ସାନିଆ ଓ ରୋହନଙ୍କୁ ପରାସ୍ତ କରିଛନ୍ତି।

ତେବେ ବିଦାୟୀ ମ୍ୟାଚ୍‌ ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ସାନିଆ ମିର୍ଜା। ସଂଯୋଗର ବିଷୟ ଯେ, ୧୭ ବର୍ଷ ପୂର୍ବେ ୨୦୦୫ରେ ଏହି ମେଲବର୍ଣ୍ଣରେ ନିଜର ଗ୍ରାଣ୍ଡସ୍ଲାମ୍‌ କ୍ୟାରିୟର ଆରମ୍ଭ କରିଥିଲେ ସାନିଆ। କିମ୍ବଦନ୍ତୀ ଟେନିସ ତାରକା ସେରେନା ୱିଲିୟମ୍ସଙ୍କ ସହ ସାନିଆଙ୍କ ପ୍ରଥମ ମ୍ୟାଚ୍‌ ଥିଲା। ଭାରତର ଟେନିସ ଜଗତ ଏପରିକି ମୋଟାମୋଟି ଭାବେ କ୍ରୀଡ଼ା ଜଗତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here