ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଛି l ବାଣୀବିହାର ରେ କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI ମଧ୍ୟ ବିଭିନ୍ନ ପଦପଦବୀ ହାତେଇବାରେ ସଫଳ ହୋଇଛି।ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍‌ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ABVP ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ବିଜୟୀ ହୋଇଥିବା ବେଳେ ରାଜଧାନୀ କଲେଜରେ ABVP ପ୍ରାର୍ଥୀ ଅବିନାଶ ପାଢ଼ୀ, ଉପ-ସଭାପତି ଭାବେ ସୁପ୍ରିମ କୁମାର ମିଶ୍ର ଓ ସମ୍ପାଦକ ଭାବେ ସ୍ନେହାଂଶୁ ଶେଖର ରାଉତ ବିଜେତା ହୋଇଛନ୍ତି । ଦେବରାୟ ମହାବିଦ୍ୟାଳୟର ସଭାପତି ଭାବେ ଏବିଭିପି ପ୍ରାର୍ଥୀ ପୃଥିରାଜ ସାମାଲ ବିଜୟୀ ହୋଇଛନ୍ତି । କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ବିସିଜେଡି ପ୍ରାର୍ଥୀ ଭାନୁପ୍ରିୟା ହାଜାରୀ ବିଜୟୀ ହୋଇଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବାଜି ମାରିଛି । ABVP ପ୍ରାର୍ଥୀଙ୍କୁ ପଛରେ ପକାଇ ବିସିଜେଡି ବିଜୟୀ ହୋଇଛି । ସଭାପତି ପଦରେ ବିଶ୍ୱଜିତ ସାହୁ ବିଜୟୀ ହୋଇଛନ୍ତି । ଏପଟେ ଉପ ସଭାପତି ଭାବେ ରାଜା ବିଶ୍ୱାଳ (ବିସିଜେଡି ), ସମ୍ପାଦକ ଭାବେ ତାପସ କୁମାର ନାୟକ ଏବଂ ସହ ସମ୍ପାଦକ ଭାବେ ସ୍ୱପ୍ନେନ୍ଦୁ ସାହୁ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଥିବା ବେଳେ ଗଙ୍ଗାଧର ମେହେର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜୟ ଲାଭ ପରେ କଲେଜ ପରିସରର ସେଲିବ୍ରେସନ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here