ଗାନ୍ଧିବାଦୀ ତଥା ସାମାଜିକ କର୍ମୀ ଆନ୍ନା ହଜାରେ ପୁଣିଥରେ ତେଜିଛନ୍ତି । ସେ ଲୋକପାଳ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହିତ ଆଗାମୀ ଅକ୍ଟୋବର ୨ରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତି କରିବାରେ ବିଫଳ ହୋଇଛନ୍ତି । ବିରକ୍ତି ପ୍ରକାଶ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଗୁରୁବାର ଲେଖିଥିବା ଚିଠିରେ କହିଛନ୍ତି , ସରକାର ୪ ବର୍ଷ ହେଲା କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି । ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି କରି ପାରି ନାହାଁନ୍ତି ।
ଜଣାଶୁଣା ଗାନ୍ଧୀବାଦୀ ଓ ସମାଜ କର୍ମୀ ଆନ୍ନା ହଜାରେ ଅଭିଯୋଗ ଆଣିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ପୁରା କରିପାରିନାହାଁନ୍ତି ।ପ୍ରତିଶ୍ରୁତି ପୂର୍ବରୁ ସେ ଦିଲ୍ଲୀରେ ରାମଲୀଳା ପଡିଆରେ ଆମରଣରେ ଅନଶନରେ ବସିଥିଲେ । ଆନ୍ନା ଘୋଷଣା କରିଛନ୍ତି ଯେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଗାମୀ ଅକ୍ଟୋବର ୨ରୁ ରାଲେଗାଓ ସିଦ୍ଧିରେ ଆମରଣ ଅନଶନ କରିବେ ।

LEAVE A REPLY

Please enter your comment!
Please enter your name here