ଶୁକ୍ରବାର ଇଣ୍ଡୋନେସିଆରେ ଭୂକମ୍ପର ଝଟକା ପରେ ସୁଲାବେସି ଦ୍ୱୀପରେ ସ୍ଥିତ ପାଲୁ ସହରରେ ସୁନାମିର ତାଣ୍ଡବ । କରାଳ ରୂପ ଧାରଣ କରି ପାଣି କୂଳ ମାଡି ବଡ଼ ବଡ଼ କୋଠା ଘର ସବୁକୁ ଧରାଶାୟୀ କରିଦେଇଛି । ଏହି ପ୍ରଳୟଙ୍କରୀ ଘଟଣାରେ ଏପର୍ଯ୍ୟନ୍ତ ପାଖାପାଖି 400 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁନାମୀ ବେଳେ ଭୟରେ ଲୋକମାନେ ଏଣେ ତେଣେ ଜୀବନ ରକ୍ଷା ପାଇଁ ଦୌଡୁଥିବାର ଦେଖିବାକୁ ମିଳିଥିଲା । ଆମେରିକା ଭୂବିଗ୍ୟାନ ସର୍ବେକ୍ଷଣ ସଂସ୍ଥା କହିଛି, ଦଙ୍ଗଲା ସହରର ୩୫ କିଲୋମିଟର ପୂର୍ବରୁ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଏହାପରେ ଶନିବାର ସକାଳୁ ମଧ୍ୟ ମୃଦୁ ଭୁମିକମ୍ପର ଝଟକା ଅନୂଭୂତ ହୋଇଥିଲା । ଅନ୍ୟପଟେ ଭୂମିକମ୍ପ ପ୍ରଭାବରେ ମାଡି ଆସିଥିବା ସମୂଦ୍ର ଜଳ ଜନବସତିରେ ପ୍ରବେଶ କରିଛି । ପ୍ରାୟ 600 ଲୋକ ଗୁରୁତର ଆହତ ହୋଇଛନ୍ତି.  ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୁନାମୀ ଚେତାବନୀ ଜାରି କରିଥିଲେ ବି ତଟବର୍ତୀ ଅଞ୍ଚଳକୁ ସୁରକ୍ଷିତ କରାଯାଇପାରିନାହିଁ । ଭୂମିକମ୍ପ ପରେ ଶତାଧିକ ଘର ମାଟିରେ ମିଶିଯାଇଥିବାବେଳେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ହସ୍ପିଟାଲ, ହୋଟେଲ ଓ ସପିଂ ମଲ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି ।

LEAVE A REPLY

Please enter your comment!
Please enter your name here