ନିଜ ବିବାହକୁ ନେଇ ବେଶ୍ ଖୁସି ଅଛନ୍ତି ସିଙ୍ଗର ନେହା କକ୍କର । ନିକଟରେ ରୋହନପ୍ରିତଙ୍କ ସହ ରିଲେସନସିପ ନେଇ ସ୍ୱିକାର କରିଛନ୍ତି ନେହା । ରୋହନପ୍ରୀତଙ୍କୁ ଖୁବ୍ ଶୀଘ୍ର ମ୍ୟାରେଜ କରିବାକୁ ଯାଉଛନ୍ତି ନେହା କକ୍କର । ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ ହେଉଛି ଏ ଦୁହିଁଙ୍କ ମ୍ୟାରେଜ କାର୍ଡ । ଏହି କାର୍ଡଅନୁସାରେ, ନେହା ଓ ରୋହନପ୍ରୀତ ଚଳିତମାସ ୨୬ ତାରିଖ ପଞ୍ଜାବରେ ବିବାହ କରିବେ । ସୂଚନାଯୋଗ୍ୟ ଯେ, ନେହା କକ୍କରଙ୍କ ବିବାହରେ ତାଙ୍କ ପରିବାର ସଦସ୍ୟ ଋଷିକେଶରୁ ଗଙ୍ଗା ଜଳ ନେଇ ଦିଲ୍ଲୀରେ ପହଞ୍ଚିବେ । ଏବଂ ନେହାଙ୍କୁ ଏହି ଗଙ୍ଗା ଜଳରେ ସ୍ନାନ କରାଯିବ। ଏହା ସହିତ କେଦାରନାଥଙ୍କ ପାଖରେ ପୂଜା କରାଯାଇଥିବା ଏକ ଫୁଲମାଳ ଅର୍ଡର କରାଯାଇଛି । ଏହି ଫୁଲମାଳ ତାଙ୍କ ସ୍ୱାମୀଙ୍କୁ ଉପହାର ରୂପେ ଦିଆଯିବ ।

LEAVE A REPLY

Please enter your comment!
Please enter your name here