ପୁରୀ ସ୍ୱର୍ଗଦ୍ୱାରରୁ ଶବ ସଂସ୍କାର ନେଇ କଟକଣା ହଟିଲା । ପୁରୀ ଜିଲ୍ଲା ବାହାରର ଯେ କେହି ଆତ୍ମୀୟଙ୍କ ସଂସ୍କାର ସ୍ୱର୍ଗଦ୍ୱାରରେ କରିପାରିବେ । କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ତେବେ କରୋନା ସଙ୍କ୍ରମଣ ବଢୁଥିବାରୁ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର କେହି ବି ନିଜ ଆତ୍ମୀୟଙ୍କ ଶବ ସତ୍କାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଜିଲ୍ଲାରେ ସଙ୍କ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଛି । ତେବେ ଶବ ସତ୍କାରବେଳେ କୋଭିଡ ଗାଇଡଲାଇନ ପାଳନ ଜରୁରୀ । ୨୦ ଜଣରୁ ଅଧିକ ବ୍ୟକ୍ତି ଶବ ସହ ଯାଇପାରିବେନି । ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here