ଅଗ୍ନିପଥ ପ୍ରବେଶ ବୟସ ସୀମା ବଢିଲା । ଅଗ୍ନିପଥ ପ୍ରବେଶ ବୟସ ସୀମା ୨୩ ବର୍ଷ ବୟସକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ବୟସ ସୀମା ୨୦୨୨ ପାଇଁ ଲାଗୁ ହେବ । ପୂର୍ବରୁ ଅଗ୍ନିପଥ ବୟସ ସୀମା ୨୧ ବର୍ଷ ବୟସ ଧାର୍ଯ୍ୟ କରାଯାଇଥିଲା । ବଭିନ୍ନ ରାଜ୍ୟରେ ବକ୍ଷୋଭ ପରେ ଏହି ବୟସ ସୀମାକୁ ବୃଦ୍ଧି କରାଯାଇଛି । ଜୁନ୍ ୧୪ ତାରିଖରେ ଯୁବ ବର୍ଗଙ୍କୁ ୩ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଅଗ୍ନିପଥ ଯୋଜନାରେ ନିଯୁକ୍ତି ହେବେ ଅଗ୍ନି ବୀର । ଚଳିତବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ । ଗତ କିଛିବର୍ଷ ଧରି ପ୍ରତିରକ୍ଷା ବିଭାଗକୁ ଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here