ଦୁଇ ଦିନ ହେବ ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଆସିଛି ଧମକ । ଏହାକୁ ନେଇ ଏବେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ପୋଲିସ ସଲମାନଙ୍କ ଘରକୁ ଯାଇ ପଚରାଉଚରା କରିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଯେପରି ହତ୍ୟା କରାଯାଇଛି ସେହିପରି ମାରିବାକୁ ସଲମାନଙ୍କୁ ଆସିଛି ଧମକ ।
ସଲମାନ ଖାନ ଷ୍ଟେଟମେଣ୍ଟରେ କହିଛନ୍ତି ଯେ, ଧମକପୂର୍ଣ୍ଣ ଚିଠି ପାଇ ମୁଁ ଚିନ୍ତିତ ନାହିଁ । ଏବେ ମୋର ସେମିତି କେହି ଶତ୍ରୁ ନାହାଁନ୍ତି । ୨୦୧୮ ମସିହାରେ ସଲମାନଙ୍କୁ ଖୁଲ୍ଲମଖୁଲା ହତ୍ୟା ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ । ସଲମାନ କହିଛନ୍ତି ଧମକପୂର୍ଣ୍ଣ ଚିଠି ମୁଁ ନୁହେଁ ବାପା ପାଇଛନ୍ତି । ମର୍ଣ୍ଣିଂୱାର୍କ ସମୟରେ ବାପାଙ୍କୁ ଏ ଚିଠି ମିଳିଛି । ପ୍ରତିଦିନ ମର୍ଣ୍ଣିଂୱାକ୍ ସାରି ସଲିମ୍ ଯେଉଁ ବେଂଚରେ ବସନ୍ତି, ତାଙ୍କୁ ସେଠାରୁ ଏକ ଚିଠି ମିଳିଥିଲା । ଏଥିରେ ସେମାନଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅବସ୍ଥା ଭୋଗିବାକୁ ହେବ ବୋଲି ଧମକ ଦିଆଯାଇଥିଲା । ଏନେଇ ବାନ୍ଦ୍ରା ଥାନାରେ ଏକ ମାମଲା ରୁଜୁ କରାଯାଇ ସିସିଟିଭି ଯାଂଚ କରାଯାଇଛି ।
ଅନ୍ୟପଟେ ଅଭିନେତା ସଳମାନ୍ ଖାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସଲମାନ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here