ନୁଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଭୟଙ୍କର ରୂପ ଧାରଣ କରିଛି । ଏହି ହିଂସାରେ ତେଇଶ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଅଛନ୍ତି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଲାଣି । ଦିଲ୍ଲୀର ହିଂସାକୁ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି । ଆଜି ସୋନିଆ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ଏକ ସୁଚିନ୍ତିତ ଷଢଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ କେନ୍ଦ୍ରର ବିଜେପି ଓ ଆମ ଆଦମୀ ପାର୍ଟୀକୁ କଡା ସମାଲୋଚନା କରିବାକୁ ଯାଇ କହିଛନ୍ତି ହିଂସାକୁ ଆୟତ୍ତ କରିବାକୁ ବିଫଳ ହୋଇଛନ୍ତି ଦିଲ୍ଲୀ ସରକାର । । ସେ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀ ହିଂସା ସମୟରେ ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଗୃହମନ୍ତ୍ରୀ ଅମିତ ଶାହ କେଉଁଠି ଥିଲେ ଓ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି ଦିଲ୍ଲୀ ହିଂସାରେ କେତେ ପୁଲିସ ଫୋର୍ସ ନିୟୋଜିତ ଥିଲେ ଏବଂ ହିଂସା ଅଣାୟାତ୍ତ ହେବାପରେ ସେନା ମୁତୟନ କାହିଁକି କରାଯାଇନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ହିଂସା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଏବଂ ଏଥିପାଇଁ ବିଜେପିର ଅନେକ ନେତାମାନଙ୍କର ଉତ୍ତେଜିତ ଭାଷଣ ହିଁ ଦାୟୀ ବୋଲି କହିଛନ୍ତି ସୋନିଆ । ଏଥିପାଇଁ କେନ୍ଦ୍ରସରକାର ଓ ଗୃହମନ୍ତ୍ରୀ ଅମିତ ଶାହ ଦାୟୀ । ନୈତିକତା ଦୃଷ୍ଟିରୁ ଅମିତ ଶାହ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here