ରାୟଗଡା ଜିଲ୍ଲାର ଦୁଇ ନାବାଳକଙ୍କ ଏକ ଅଜଣା ଗାଡି ଚଢ଼ି ଗୁରୁତର ହୋଇଛନ୍ତି । ଦୁଇ ବାଳକ ବୁଲା ବିକାଳି ହୋଇଥିବାରୁ ସେମାନେ ବୁଲିବିକି ଯାହା ବ୍ୟବସାୟ କରନ୍ତି ସେଥିରୁ ନିଜ ପରିବାର ଚଳାଇନ୍ତି । ଏମାନେ ପରିବାର ସହ ରାୟଗଡାରେ ଅନୁଷ୍ଟିତ ହୋଇଥିବା ରଥଯାତ୍ରା ବୁଲିବିକିବା ପାଇଁ ଯାଇଥିଲେ । ଏବଂ ସେଠାରୁ ଫେରି ଗତ ସୋମବାର ରାତିରେ ପରିବାର ସହ ୫ ଜଣ ଓଭରବ୍ରିଜ ନିକଟରେ ସୋଇଥିବା ସମୟରେ କୌଣସି ଏକ ଅଜଣା ଭାରିଯାନ ଦୁଇ ନାବାଳକଙ୍କ ଗୋଡରେ ଚଡି ଯାଇଥିଲା । ପରିବାର ଲୋକମାନେ ଦୁଇ ନାବାଳଙ୍କୁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ନାବାଳକ ଦୁଇଜଣଙ୍କ ହେଲେ ଅର୍ଜୁନ ଶବର ୧୨ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ଶେଖର ଶବର ୧୪ ବର୍ଷର । ତେବେ ସୂଚନା ଅନୁସାରେ ଡାକ୍ତରଙ୍କ ପକ୍ଷରୁ ପୋଲିସଙ୍କୁ ଖବର ପହଞ୍ଚାଇ ଦିଆ ଯାଇଥିଲା ଏବଂ ଦୁଇ ନାବାଳକଙ୍କ ଚିକିତ୍ସ ଯାରି ରହିଛି ।

LEAVE A REPLY

Please enter your comment!
Please enter your name here