ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି ପୁରୀର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି ଜିଲ୍ଲାପାଳ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି କୋର୍ଟ । ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ଜିଲ୍ଲାପଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୯୮୭ରେ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ବିଜ୍ଞପ୍ତିର ୩୯ ବର୍ଷ ପରେ ବି ଜମି ଅଧିଗ୍ରହଣ ହୋଇନାହିଁ । ଜମି ମାଲିକଙ୍କୁ ଏପର୍ଯୟନ୍ତ କ୍ଷତିପୂରଣ ଦିଆଯାଇନି କି ଜମି ଛାଡ଼ ମଧ୍ୟ ହୋଇନାହିଁ । ଏହି ମାମଲାରେ ୨୦୨୪ ଡିସେମ୍ବର ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ମହଲତ ଦେଇଥିଲେ ମଧ୍ୟ, ଏଥିରେ ଖିଲାପ ହୋଇଥିବାରୁ ଦିବ୍ୟଜ୍ୟୋତି ପରିଡ଼ାନଙ୍କୁ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି ।














