ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା 27 କୁ ବୃଦ୍ଧି ପାଇଛି I ମହାରାଷ୍ଟ୍ରରେ ସର୍ବାଧିକ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ 5 ଓ କର୍ଣ୍ଣାଟକରେ 4 ଜଣଙ୍କ ମୃତ୍ୟୁ ହୋଇଛି I ସେପଟେ ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା 10 ହଜାର ଅତିକ୍ରମ କରିଛି I ଆମେରିକାରେ 2 ହଜାର ଟପିଛି I ଏପର୍ଯ଼୍ୟନ୍ତ ଆମ ଦେଶରେ ବହୁ ସଂଖ୍ୟାରେ କରୋନା ସନ୍ଦିଗ୍ଧ ରହିଛନ୍ତି I ମାତ୍ର ପରୀକ୍ଷା କରାଯାଉ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା କୁହାଯାଉଛି I ଆମ ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ହିଁ ଏକମାତ୍ର ବିକଳ୍ପ ଭାବେ ରହିଛି I ମାତ୍ର ଅନ୍ୟଦେଶ ଭଳି ଭାରତରେ ଲକ୍ ଡାଉନ୍ ନିୟମ ପାଳନ କରିବା କଷ୍ଟକର ହୋଇପଡିଛି I ଅଧିକାଁଶ ସ୍ଥାନରେ ଶ୍ରମିକ ଓ ମଜଦୁର ଶ୍ରେଣୀର ଲୋକେ ନିଜ ଘରକୁ ଫେରି ନ ପାରି ଭୋକ ଉପାସରେ ପଡି ରହିଛନ୍ତି I ସାମାଜିକ ଦୂରତ୍ବର କଟକଣାକୁ ମଧ୍ୟ ଠିକଣା ଭାବେ ପାଳନ କରାଯାଇପାରୁନି I ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ସଂକ୍ରମଣକୁ ମୁୃକାବିଲା କରିବା ପାଇଁ ଆମ ଦେଶର ସ୍ବାସ୍ଥ୍ୟ ବିଭାଗ ପାଖରେ ଆବଶ୍ୟକ ସରଞ୍ଜାମ ମଧ୍ୟ ନାହିଁ I ଅଧିକାଁଶ ରାଜ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକ ସୁରକ୍ଷା ସାମଗ୍ରୀ ମଧ୍ୟ ନାହିଁ I ଅନ୍ୟ ଦେଶରେ ଯେପରି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଆପାଦମସ୍ତକ ଆବୃତ୍ତ ରହି ସତର୍କତାର ସହ ରୋଗୀଙ୍କୁ ଚିକିତ୍ସା କରୁଥିବାର ଆମେ ଦେଖୁଛେ, ଆମ ଦେଶରେ ସେଭଳି ସରଞ୍ଜାମ ଓ ମାସ୍କ ମଧ୍ୟ ନାହିଁ I ତେଣୁ ସାମାଜିକ ସଂକ୍ରମଣକୁ ରୋକିବା ପାଇଁ ପ୍ରତି ଲୋକ ସଚେତନ ହେବା ଉପରେ ଗୁରୁତ୍ବ ଦିଆଯାଉଛି I ଯଦି ସାମାଜିକ ସଂକ୍ରମଣ ହୁଏ, ତେବେ ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ I ଏଭଳି ସ୍ଥିତିରେ ଭାରତକୁ କେବଳ ଭଗବାନ ଭରଷା I

LEAVE A REPLY

Please enter your comment!
Please enter your name here