ମଣିଷକୁ ପଶୁ ଇଞ୍ଜେକ୍ସନ ଦେଇଦେଲେ ନକଲି ଡାକ୍ତର । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଅଭାବନୀୟ ଘଟଣା । ମହୁଲଡିଆରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ଯାଇଥିବା ଚିକିତ୍ସାବେଳେ ପଶୁଙ୍କ ପାଇଁ ବ୍ୟବହୃତ ହେଉଥିବା ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଠକ ଚିକିତ୍ସକଙ୍କୁ ମହୁଲଡିଆ ଥାନାରେ ଅଟକ ପରେ ଛାଡି ଦିଆଯାଇଥିଲା । ସମ୍ପୃକ୍ତ ଚିକିତ୍ସକ ଡାକ୍ତର କିମ୍ବା ଫାର୍ମାସିଷ୍ଟ କୌଣସି ପାଠ ପଢି ନାହାଁନ୍ତି । ତାଙ୍କର କେବେଳ ପ୍ରାକ୍ଟିସ ଅଛି ବୋଲି ସେ ଦାବି କରୁଛନ୍ତି । ମହୁଲ ଡିଆଁ ଗାଁର ଶ୍ରୀକାନ୍ତ ମହାନ୍ତ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କ ଶରୀରରେ ତିନୋଟି ଇଞ୍ଜେନକ୍ସନ ଦେଇଥିଲେ । ଟଙ୍କା ମାଗିବାରୁ ପୁଅକୁ ଡକାଇଥିଲେ ଶ୍ରୀକାନ୍ତ । ପୁଅ ଦେଖିଲାବେଳକୁ ଇଞ୍ଜେକକ୍ସନ ପଶୁଙ୍କର ।

LEAVE A REPLY

Please enter your comment!
Please enter your name here