ଶନିବାର ବିଜେପିରେ ଯୋଗ ଦେଇଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଓ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା. ଶଙ୍ଖ ଛାଡି ସେମାନେ ପଦ୍ମରେ ମିଶିଛନ୍ତି. ତେବେ ପୁଅ ଅଭିମନ୍ୟୁକୁ ଟିକଟ ନ ମିଳିବାରୁ ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଅର୍ଜୁନ. ପରେ ଅପରାହ୍ନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ. ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ଥିଲେ ଅର୍ଜୁନ. ଅର୍ଜୁନ କିମ୍ବା ତାଙ୍କ ପୁଅକୁ ଟିକଟ ନ ମିଳିବାରୁ ବାଧ୍ୟ ହୋଇ ବାପ ପୁଅ ବିଜେପିରେ ଯୋଗଦାନ ଦେଇଛନ୍ତି. ସେହିଭଳି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି. ସେ ମଧ୍ୟ ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ଥିବା ପ୍ରକାଶ କରି ପଦ୍ମ ଧରିଛନ୍ତି. ସେହିଭଳି ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି. ସେ ମଧ୍ୟ ଟିକଟ ନପାଇବାରୁ ଦଳ ଛାଡିଥିବା ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here