ପ୍ରସିଦ୍ଧ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ସିବିଆଇ ଏକ ଠକେଇ ମାମଲା ରୁଜୁ କରିଛି । ପ୍ରଥମେ ଅନିଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମାମଲା ରହିଥିବାବେଳେ ଏବେ ସିବିଆଇ ଜାଲରେ ପଡ଼ିଛନ୍ତି ପୁଅ ଅନମୋଲ । ଜୟ ଅନମୋଲଙ୍କ ବିରୋଧରେ ୨୨୮ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି।କେନ୍ଦ୍ରୀୟ ତଦନ୍ତ ସଂସ୍ଥା ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ର ନିର୍ଦ୍ଦେଶକ ଜୟ ଅନମୋଲ ଏବଂ ରବିନ୍ଦ୍ର ଶରଦ ସୁଧାକରଙ୍କ ଏକ ମାମଲା ରୁଜୁ କରିଛି । ଜୟ ଅନମୋଲ ଏବଂ ତାଙ୍କ କମ୍ପାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଠକେଇ କରିଥିବା ଅଭିଯୋଗ ହୋଇଛି, ଏହା ଫଳରେ ବ୍ୟାଙ୍କକୁ ୨୨୮ କୋଟି ଟଙ୍କାର କ୍ଷତି ହୋଇଛି। ଏନେଇ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସିବିଆଇରେ ଅଭିଯୋଗ କରିଛି । ବ୍ୟାଙ୍କ ଅଭିଯୋଗ କରିଛି ଯେ କମ୍ପାନୀ ବ୍ୟାଙ୍କରୁ ୪୫୦ କୋଟି ଟଙ୍କା ମୁମ୍ବାଇର ଏସସିଏଫ୍ ଶାଖାରୁ ନେଇଥିଲା। କମ୍ପାନୀ ଏହାର କିସ୍ତି ସମୟ ମଧ୍ୟରେ ନ ଦେଇ ପାରିବାରୁ, ୨୦୧୯ରେ ବ୍ୟାଙ୍କ ଏହାକୁ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତିଭାବରେ ଘୋଷଣା କରିଥିଲା। ବ୍ୟାଙ୍କରୁ ଋଣ ନିଆଯାଇଥିବା ଟଙ୍କା ଅପବ୍ୟବହାର କରାଯାଇଛି ବୋଲି ତଦନ୍ତରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here