ଆପଣଙ୍କର ଫୋର୍ ହୁଇଲର୍ ଅଛି କି, ଯଦି ଫୋର୍ ହୁଇଲର୍ ଅଛି, ଆପଣ ଟୋଲ ଗେଟ୍ ଦେଇ ଯିବା ଆସିବା କରୁଛନ୍ତି, ତେବେ ଆପଣଙ୍କୁ ଫାଷ୍ଟାଗ୍ କରିବାକୁ ପଡିବ. ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡିସେମ୍ବର ପହିଲାରୁ ଏହାକୁ ବାଧ୍ୟତାମୂଳକ କରି ସାରିଛନ୍ତି. ଓଡିଶାରେ ଏହା ଡିସେମ୍ବର ପନ୍ଦର ତାରିଖରୁ ଲାଗୁ କରାଯାଇଛି. ଟୋଲ୍ ଗେଟ ଦେଇ ଯିବା ବେଳେ ଟୋଲ୍ ଫି ଆଦାୟ ପାଇଁ ଫାଷ୍ଟାଗ୍ ବ୍ୟବସ୍ଥା କରାଯାଇଛି. ଆପଣଙ୍କ ଗାଡିର ସମ୍ମୁଖ ଭାଗ କାଚର ମଧ୍ୟଭାଗରେ ଭିତରପଟେ ଏହି ଫାଷ୍ଟାଗ୍ ଲଗାଇଲେ ଆପଣ ବିନା ବାଧାରେ ଟୋଲ୍ ଗେଟ୍ ଦେଇ ଯାଇପାରିବେ. ଟୋଲ୍ ଗେଟରେ ସ୍ବତନ୍ତ୍ର ଫାଷ୍ଟାଗ୍ ଲେନ୍ ରହିଛି, ଯେଉଁ ଲେନ୍ ଦେଇ ଯିବାବେଳେ ଆପଣଙ୍କୁ କେହି ଅଟକାଇବେ ନାହିଁ ଏବଂ ଆପଣଙ୍କ ଫାଷ୍ଟାଗରୁ ଆପଣଙ୍କ ଟୋଲ୍ ଫି ଟଙ୍କା କଟିଯିବ. ଏହାଏକ ପ୍ରିପେଡ କାର୍ଡ. ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ କରାଯିବ. ଏହାଦ୍ବାରା ଆପଣଙ୍କୁ ଟୋଲ୍ ଗେଟରେ ଅଯଥାରେ ଧାଡିରେ ଅପେକ୍ଷା କରିବାକୁ ପଡିବନି କି ଟୋଲ୍ ଫି ଦେବା ପାଇଁ ଖୁଚୁରା ଖୋଜିବାକୁ ପଡିବନି. ଆଉ ଯଦି ଆପଣ ଫାଷ୍ଟାଗ୍ କରିନାହାନ୍ତି, ଏବଂ ଫାଷ୍ଟାଗ୍ ଲେନ୍ ଦେଇ ଯାଉଛନ୍ତି, ତେବେ ଆପଣଙ୍କୁ ଟୋଲ୍ ଫି ମୂଲ୍ୟର ଦୁଇଗୁଣ ଟଙ୍କା ଦେବାକୁ ପଡିବ.ଫାଷ୍ଟାଗ୍ ହେଉଛିରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ. ନିଜ ଗାଡିର ରେଜିଷ୍ଟ୍ରେସନ ଡକୁମେଣ୍ଟ ଦେଇ ପ୍ରତି ଟୋଲ୍ ଗେଟ୍ ପାଖରୁ ଏହାକୁ କିଣା ଯାଇପାରିବ. ଏହା ବ୍ୟତୀତ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପେଟିଏମରେ ଏହି ସୁବିଧା ମିଳିପାରୁଛି. ଏହି ଫାଷ୍ଟାଗ୍ ବ୍ୟବସ୍ଥା ଦେଶର ୫୨୪ଟି ଟୋଲ୍ ଗେଟରେ ଡିସେମ୍ବର ପହିଲାରୁ ଲାଗୁ ହୋଇଛି.

LEAVE A REPLY

Please enter your comment!
Please enter your name here