ଆଜି ରାଜ୍ୟରେ ପୁଣି ୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୮୨ ସଙ୍କ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନର ୨୫୬ଜଣ ଥିଲା ବେଳେ ସ୍ଥାନୀୟ ଅଞ୍ଚଳ ରୁ ୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧାରୁ-୨୬, ଝାରସୁଗୁଡ଼ାରୁ-୨୩, ବଲେଶ୍ୱରରୁ-୩, କଟକରୁ-୪, ଯାଜପୁରରୁ-୬, ପୁରୀରୁ-୯, ଜଗତସିଂହପୁରରୁ-୧୧, କନ୍ଧମାଳରୁ-୨୭, ଗଞ୍ଜାମରୁ-୭୫, ଗଜପତିରୁ-୭୬, ସମ୍ବଲପୁରରୁ-୧୩, ମୟୂରଭଞ୍ଜରୁ-୬ ଜଣ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ସେହିପରି କୋରାପୁଟ, ଅନୁଗୁଳ , ସୂନ୍ଦରଗଡ ,ବଲାଙ୍ଗିର ଏବଂ ନୟାଗଡ଼଼ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତିତ ଏନଡ଼ିଆରଏଫର ୮ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ୫୭୫୨ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩୯୮୮କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here