ଭୁବନେଶ୍ୱର ପାଇଁ ଜାରି ହେଲା ହ୍ୱାଟସଆପ ନମ୍ବର ୭୦୭୭୭୯୮୧୧୧ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଉତପାତ ବଢିବାରେ ଲାଗିଛି । କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ କିଏ ଛୁରୀ ଦେଖାଇ ସୁନା ଚେନ୍ , ଘରେ ପଶି ବି ଲୁଟିନେଉଥିବା ଘଟଣା ସାମ୍ନାକୁ ଆସୁଛି । ପ୍ରତ୍ୟକ ଦିନ ରାଜଧାନୀରେ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ଯାହାକୁ ନେଇ ଅତିଷ୍ଠ ହୋଇପଡିଛନ୍ତି ରାଜଧାନୀବାସୀ । ଘରୁ ବାହାରିବାକୁ ଭୟ କରୁଛନ୍ତି । ରାଜଧାନୀ ରାସ୍ତାରେ ଘଟୁଥିବା ଛିନତାଇ ମାମଲାକୁ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଛି କମିଶନରଟ୍ ପୋଲିସ । ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କମିଶନରଟ୍ ପୋଲିସ ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି। କୌଣସି ବି ଅପରାଧ ସମ୍ପର୍କରେ ୭୦୭୭୭-୯୮୧୧୧ ରେ ହ୍ୱାଟସଆପ୍ କରି ଅଭିଯୋଗ କରିପାରିବେ । ରାସ୍ତାରେ ଯଦି ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି ନମ୍ବରରେ ତଥ୍ୟ ଦେଇହେବ । ତାସହ କୌଣସି ଅପରାଧୀ ସମ୍ପର୍କରେ ବି ଜଣାଇ ହେବ । କେବଳ ଏତିକି ନୁହେଁ ଏହି ହ୍ୱାଟସଆପ୍ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣିହେବ । ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ମାମଲା ବଢ଼ିଛି । ବିଶେଷ ଭାବେ ରାସ୍ତା ଘାଟରେ ଲୁଟ୍ ବଢ଼ୁଥିବା ଯୋଗୁଁ ଏପରି ପଦକ୍ଷେପ କମିଶନରେଟ୍ ପୋଲିସ୍ ପକ୍ଷରୁ ନିଆଯାଇଛି ।