ସ୍ୱଦେଶ ଫେରିବେ ବାୟୁ ସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନ. ଏ ନେଇ ୱାଘା ସୀମାରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଗତକାଲି ରାତିରେ ନିଜ ପୁଅକୁ ସ୍ୱାଗତ କରିବା ପାଇଁ ଅଭିନନ୍ଦନଙ୍କ ପିତାମାତା ଅମୃତସର ଅଭିମୁଖେ ବାହାରିଥିଲେ. ତେବେ ବିମାନ ମଧ୍ୟକୁ ପ୍ରବେଶ କରିବା କ୍ଷଣି ସମସ୍ତ ଯାତ୍ରୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ. ଚେନ୍ନାଇରୁ ଦିଲ୍ଲୀ ଯିବା ବାଟରେ ସମସ୍ତେ ତାଙ୍କୁ ସମ୍ମାନ ଜଣାଇଥିଲେ. ପରେ ସେମାନେ ଦିଲ୍ଲୀରୁ ଅମୃତସର ଅଭିମୁଖେ ବାହାରିଥିଲେ. ଏବେ ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଞ୍ଚିସାରିଛନ୍ତି ଅଭିନନ୍ଦନଙ୍କ ପିତାମାତା.

LEAVE A REPLY

Please enter your comment!
Please enter your name here