ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ 5 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ. ଶୁଣାଣି କରିବାକୁ ଥିବା ସମ୍ବିଧାନ ପୀଠ ମଧ୍ୟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଏସଏ ବୋବଡେ, ଡି,ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଷ୍ଟୋସ ଭୂଷଣ ଏବଂ ଜଷ୍ଟିସ ଏସ ଅବଦୁଲ ନଜୀର ରହିଛନ୍ତି. ଆଜିର ଶୁଣାଣି ପରେ ଜଣାପଡିବ ଯେ, କେଉଁ ତାରିଖରୁ ଏହି ମାମଲାର ଶୁଣାଣି କରାଯିବ. ତେବେ ଖାସ କଥା ହେଲା ଯେ, 1994 ମସିହାରେ ଇସ୍ମାଇଲ ଫାରୁଖୀଙ୍କ ରାୟ ଉପରେ ପୁନଃ ବିଚାର କରିବା ପାଇଁ ସମ୍ବିଧାନ ପୀଠଙ୍କ ପାଖକୁ ପଠାଯାଇଥିଲା. ସେଥିରେ କୁହାଯାଇଥିଲା ଯେ, ମସଜିଦରେ ନମାଜ ପଢିବା ଇସଲାମଙ୍କ ଅଭିନ୍ନ ହିଂସା ନୁହେଁ. ଏହା ପରେ ତିନି ଜଣିଆ ଖଣ୍ଡପୀଠ ଏହାର ବିଚାର କରିଥାନ୍ତେ. ମାତ୍ର 27 ସେପ୍ଟେମ୍ବର 2018ରେ 3 ଜଣିଆ ଖଣ୍ଡପୀଠ ଏହାକୁ ଅଗ୍ରାହ କରିଦେଇଥିଲେ. ଯାହାର ଶୁଣାଣି ଆଜି 5 ଜଣିଆ ଖଣ୍ଡପୀଠ କରିବେ.

LEAVE A REPLY

Please enter your comment!
Please enter your name here