ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ପଡିବ ଫାଇନ୍ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ଯେଉଁମାନେ ଅଳିଆ ଆବର୍ଜନା ଓ ବ୍ୟର୍ଜବସ୍ତୁକୁ ସଂଗ୍ରହ କରୁଥିବା ଗାଡିକୁ ହସ୍ତାନ୍ତର ନକରି ଖୋଲା ରାସ୍ତା କଡରେ ଜାଳିଦେଉଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ଚଳିତ ମାସରୁ ନିୟମକୁ କଡାକଡି ଭାବେ ଲାଗୁ କରାଯିବ । ଏନେଇ ଖୁବଶୀଘ୍ର ମହାନଗର ନିଗମ ଏସଓପି ଜାରି କରିବ ।

LEAVE A REPLY

Please enter your comment!
Please enter your name here