ଦେଶରେ ଏଚ୍3ଏନ2 ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ ପାଖରେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଦେବା ଏବେ ଚିନ୍ତା ବଢାଇଦେଇଛି । ଏଚ୍3ଏନ2 ଭାଇରସ ଆକ୍ରାନ୍ତଙ୍କ ପାଖରେ କୋଭିଡ ଭଳି ଲକ୍ଷଣ ଦେଖାଯାଉଛି । ତେଣୁ ଲୋକେ ଥଣ୍ଡା, କାଶରେ ଆକ୍ରାନ୍ତ ହେଲେ କୋଭିଡ ପରୀକ୍ଷା କରିବାକୁ ସ୍ବାସ୍ଥ୍ଯ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେହିପରି ଥଣ୍ଡା, କାଶରେ ଆକ୍ରାନ୍ତ ରୋଗୀ ଡାକ୍ତର ପରାମର୍ଶ କରି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ହାତ ଧୋଇବା, ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here