ବଢିଚାଲିଥିବା ସଙ୍କ୍ରମଣରେ ରୋକ୍ ଲଗାଇବାକୁ ମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତ୍ତି । ମଧ୍ୟପ୍ରଦେଶରେ ୬୦ ଘଣ୍ଟିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ସରକାର । ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏ ଲକ୍‌ଡାଉନ୍ । ଲଗାତାର ମଧ୍ୟପ୍ରଦେଶରେ ବଢିବାରେ ଲାଗିଛି ସଙ୍କ୍ରମଣ । ଏହାକୁ ନଜରରେ ରଖି ଲକ୍‌ଡାଉନ୍ ଘୋଷଣା କରିଛନ୍ତି ଶିବରାଜସିଂ ଚୌହାନ । ଏହାସହ ବଡ ବଡ ସହର ମାନଙ୍କରେ କଣ୍ଟେନମେଣ୍ଟ ଜୋନ ବି ରହିବ । କେଉଁଠି କଣ୍ଟେନମେଣ୍ଟ ଜୋନ ହେବ ତାହା ବିପର୍ଯ୍ୟୟ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଶିବରାଜ୍ କହିଛନ୍ତି । ଏହାପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ସପ୍ତାହକୁ ୫ ଦିନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ହେଲେ କାର୍ଯ୍ୟ ନିର୍ଘଣ୍ଟକୁ ୬ ଘଂଟା ବଦଳରେ ୮ ଘଂଟା କରାଯାଇଛି । ଅର୍ଥାତ ସକାଳ ୧୦ ରେ ଅଫିସ ଖୋଲିବ ଓ ସଂନ୍ଧ୍ୟା ୬ ଟାରେ ବନ୍ଦ ହେବ । ଏହାସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ମୁତାବକ ଏପ୍ରିଲ ୮ ତାରିଖ (ଆଜି) ଠାରୁ ରାତି ୧୦ ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ଲାଗୁହେବ । ଏହାସହ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ।

LEAVE A REPLY

Please enter your comment!
Please enter your name here