ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ. ଉକ୍ତ ଗାଁରେ କ୍ରିଷ୍ଣା ଦେହୁରୀ ନାମକ ଏକ  ଛୋଟ ଶିଶୁର ମୁଣ୍ଡ ଅଚାନକ ଭାବେ ବଢୁଥିବା ଦେଖିବାକୁ ମିଳିଛି. କ୍ରିଷ୍ଣା ଦେହୁରୀଙ୍କ ମୁଣ୍ଡ ବଢିବାକୁ ନେଇ ତାଙ୍କ ବାପା ମା ବହୁତ ଚିନ୍ତାରେ ଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିନାହିଁ. କ୍ରିଷ୍ଣାଙ୍କ ବାପା ସଞ୍ଜୟ ଦେହୁରୀ ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଥିଲେ ମଧ୍ୟ କେଉଁଆଡୁ ସାହାଯ୍ୟ ମିଳୁନଥିବା କହିଛନ୍ତି. ଏ ନେଇ ସେ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଲେଖିଛନ୍ତି. ମାତ୍ର ଏ ଯାଏଁ କୌଣସି ଉତ୍ତର ମିଳିନାହିଁ. ସଞ୍ଜୟ ଦେହୁରୀ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ପାଖରେ ଅର୍ଥ ଅଭାବରୁ ସେ ପୁଅର ଚିକିତ୍ସା କରିପାରୁନଥିବା କହିଛନ୍ତି.

LEAVE A REPLY

Please enter your comment!
Please enter your name here